Niti Sakale Tulasi Kunjare

ନୀତି ସକାଳେ ତୁଳସୀ କୁଞ୍ଜରେ ଡାକେ
କାହ୍ନୁ ଡାକେ ମତେ ଧୀରେ-ଧୀରେ
ନୀତି ସଞ୍ଜରେ ଚନ୍ଦନ ବଣରେ ଡାକେ
କାହ୍ନୁ ଡାକେ ମତେ ଧୀରେ-ଧୀରେ

ରାଇ ପରି ବାଇ ହେଲିନ ମୁଁ ସହି, ଚାଲିଗଲି ଦିନେ ଥରେ

ମୁଁ ଧୀରେ-ଧୀରେ, ହାଏ ଲୋ ମୁଁ ଧୀରେ-ଧୀରେ
ମୁଁ ଧୀରେ-ଧୀରେ, ହାଏ ଲୋ ମୁଁ ଧୀରେ-ଧୀରେ

ଚାନ୍ଦରୁ ଝରିଲା କର୍ପୂର ଜୋଛନା ସତେ ସଖି ଲାଗିଲା ମତେ
ଅପୂର୍ବ ମୂରତି ସାଜି କଳାମତି, ବଂଶୀ ଧରିଥିଲା ତା' ହାତେ
ଚାନ୍ଦରୁ ଝରିଲେ କର୍ପୂର ଜୋଛନା ସତେ ସଖି ଲାଗିଲା ମତେ
ଅପୂର୍ବ ମୂରତି ସାଜି କଳାମତି, ବଂଶୀ ଧରିଥିଲା ତା' ହାତେ

ତ୍ରିଭଙ୍ଗି ଠାଣିରେ ନାଚୁଥିଲା ସିଏ, ହାଏ ଲୋ ଯମୁନା କୁଳେ

ସେ ଧୀରେ-ଧୀରେ, ହାଏ ସେ ଧୀରେ-ଧୀରେ
ସେ ଧୀରେ-ଧୀରେ, ହାଏ ସେ ଧୀରେ-ଧୀରେ

କୋମଳ-ଲୋଚନ ମୋ କଳା କାଞ୍ଚନ, ମନ ନିଏ ଚୋରେଇ ହାଏ
ବରଜନାୟକ ଏମିତି ରସିକ, ଏଇ ଥାଇ ଏଇ ନଥାଏ
କୋମଳ-ଲୋଚନ ମୋ କଳା କାଞ୍ଚନ, ମନ ନିଏ ଚୋରେଇ ହାଏ
ବରଜନାୟକ ଏମିତି ରସିକ, ଏଇ ଥାଇ ଏଇ ନଥାଏ

ଗୋପପୁରେ ସିଏ ଆସିଲା ଦିନଠୁ ପଲକ ନାହିଁ ଆଖିରେ

ମୋ ଧୀରେ-ଧୀରେ, ହାଏ ମୋ ଧୀରେ-ଧୀରେ
ମୋ ଧୀରେ-ଧୀରେ, ହାଏ ମୋ ଧୀରେ-ଧୀରେ

ନୀତି ସକାଳେ ତୁଳସୀ କୁଞ୍ଜରେ ଡାକେ
କାହ୍ନୁ ଡାକେ ମତେ ଧୀରେ-ଧୀରେ

ରାଇ ପରି ବାଇ ହେଲି ଲୋ ମୁଁ ସହି, ଚାଲିଗଲି ଦିନେ ଥରେ

ମୁଁ ଧୀରେ-ଧୀରେ, ହାଏ ଲୋ ମୁଁ ଧୀରେ-ଧୀରେ
ମୁଁ ଧୀରେ-ଧୀରେ, ହାଏ ମୁଁ ଧୀରେ-ଧୀରେ
ମୁଁ ଧୀରେ-ଧୀରେ, ହାଏ ମୁଁ ଧୀରେ-ଧୀରେ
ମୁଁ ଧୀରେ-ଧୀରେ, ହାଏ ଲୋ ମୁଁ ଧୀରେ-ଧୀରେ



Credits
Writer(s): Krushna Chandra, Panchanana Nayak
Lyrics powered by www.musixmatch.com

Link