Dhana Jibana Atai

ଧନ ଜୀବନ ଅଟଇ ତାଳ ଗଛର ଛାଇ
ଏଇନେ ଦିସଇ ପରା ଏଇନେ ନାଇଁ

ଜୀବନ ଅଟଇ ତାଳ ଗଛର ଛାଇ
ଏଇନେ ଦିସଇ ପରା ଏଇନେ ନାଇଁ
ପାଣିର ଫୋଟୋକା ପରି ତୋରି ଆୟୁସ
ଫୁଟିଗଲେ ମଶାଣିରେ ଉଠେ ପାଉଁଶ
ଦିଦିନ ଜୀବନେ ସହ କଳା ଗୋସେଇଁ
ଧନ ଜୀବନ ଅଟଇ ତାଳ ଗଛର ଛାଇ
ଏଇନେ ଦିସଇ ପରା ଏଇନେ ନାଇଁ

ଆଖିକି ଦୁନିଆ ସିନା ଦିଶଇ ସୁନ୍ଦର
ସୁନ୍ଦର ଭିତରେ ପରା ମାୟାର ଯାହାର
ଧରମ ବାଟରେ ଧନ ଚାଳୁଥିଲି ସଦା
ପୁଣ୍ୟ ପାଲିଙ୍କିରେ ଦିନେ ହେଇଯିବୁ ବିଦା
ବାଟରେ ଘାଟରେ ଧନ ଅନେକ କଣ୍ଟା
ଅବାଟରେ ଗଲେ ହାବୁ ତୁ ହଟ ହଟା
ଝୁଣ୍ଟିଗଲେ କେହି ନାହିଁ ଧରିବା ପାଇଁ
ଧନ ଜୀବନ ଅଟଇ ତାଳ ଗଛର ଛାଇ
ଏଇନେ ଦିସଇ ପରା ଏଇନେ ନାଇଁ

ପାପର ପୁଣ୍ୟର ଯିଏ ହିସାବ ରଖୁଛି
ନୀଳଗିରି ପରବତେ ମଉଣୀ ବସିଛି
ରଖେସିଏ ମାରେସିଏ ତାରେ ପୁଣି ସିଏ
ଡାକ ସୁନା ଦିଏ ସିଏ ପାଖେ ପାଖେ ଥାଏ
ତା ଛନ୍ଦା ଚରଣେ ତଳେ ଥିଲେ ମନ
ଅଣ ଚାଷ ପବନରେ ହେବ ଚନ୍ଦନ
ମରଣ ଆସିଲେ ଜମା ଦାରିବୁ ନାହିଁ
ଧନ ଜୀବନ ଅଟଇ ତାଳ ଗଛର ଛାଇ
ଏଇନେ ଦିସଇ ପରା ଏଇନେ ନାଇଁ
ଜୀବନ ଅଟଇ ତାଳ ଗଛର ଛାଇ
ଏଇନେ ଦିସଇ ପରା ଏଇନେ ନାଇଁ
ପାଣିର ଫୋଟୋକା ପରି ତୋରି ଆୟୁସ
ଫୁଟିଗଲେ ମଶାଣିରେ ଉଠେ ପାଉଁଶ
ଦିଦିନ ଜୀବନେ ସହ କଳା ଗୋସେଇଁ
ଧନ ଜୀବନ ଅଟଇ ତାଳ ଗଛର ଛାଇ
ଏଇନେ ଦିସଇ ପରା ଏଇନେ ନାଇଁ



Credits
Writer(s): Krushna Chandra, Panchanana Nayak
Lyrics powered by www.musixmatch.com

Link