Tu Akhi Tu Tara

ତୁ ଆଖି, ତୁ ତାରା, ତୁ ମୋ ଚାନ୍ଦ
ତୋ ପାଇଁ ଆସିଲି ଡେଇଁ ଏରୁଣ୍ଡିବନ୍ଧ
ତୁ ଆଖି, ତୁ ତାରା, ତୁ ମୋ ଚାନ୍ଦ
ତୋ ପାଇଁ ଆସିଲି ଡେଇଁ ଏରୁଣ୍ଡିବନ୍ଧ

ଛାଡି ମୁଁ ଆସିଲି ଧନ ମିଛ ସଂସାର
ସିନ୍ଥିରେ ପିନ୍ଧିବି ବୋଲି କଳା-ସିନ୍ଦୂର
ଛାଡି ମୁଁ ଆସିଲି ଧନ ମିଛ ସଂସାର
ସିନ୍ଥିରେ ପିନ୍ଧିବି ବୋଲି କଳା-ସିନ୍ଦୂର

ଗାଇବାକୁ, ଶୁଣିବାକୁ ଗୀତଗୋବିନ୍ଦ

ତୁ ଆଖି, ତୁ ତାରା, ତୁ ମୋ ଚାନ୍ଦ
ତୋ ପାଇଁ ଆସିଲି ଡେଇଁ ଏରୁଣ୍ଡିବନ୍ଧ, ଏରୁଣ୍ଡିବନ୍ଧ, ଏରୁଣ୍ଡିବନ୍ଧ

ପକ୍ଷୀର ଡେଣା ଝଡିଲେ ପାରେ ନାହିଁ ଉଡ଼ି
ମଣିଷ ମାଣ ପୁରିଲେ ପଡ଼େ ମୁହଁମାଡି
ପକ୍ଷୀର ଡେଣା ଝଡିଲେ ପାରେ ନାହିଁ ଉଡ଼ି
ମଣିଷ ମାଣ ପୁରିଲେ ପଡ଼େ ମୁହଁମାଡି

ମାଣ ମୋ ପୁରିଲେ ପୁରୁ ତୋ ପାଖରେ
ପ୍ରାଣ ମୋ ଛୁଟିଲେ ଛୁଟୁ ତୋ ଦୁଆରେ
ମାଣ ମୋ ପୁରିଲେ ପୁରୁ ତୋ ପାଖରେ
ପ୍ରାଣ ମୋ ଛୁଟିଲେ ଛୁଟୁ ତୋ ଦୁଆରେ

ତୋ ହାତେ, ତୋ ପାଦେ ମୋ ଭଲମନ୍ଦ

ତୁ ଆଖି ତୁ ତାରା ତୁ ମୋ ଚାନ୍ଦ
ତୋ ପାଇଁ ଆସିଲି ଡେଇଁ ଏରୁଣ୍ଡିବନ୍ଧ, ଏରୁଣ୍ଡିବନ୍ଧ, ହାଏ, ଏରୁଣ୍ଡିବନ୍ଧ

ତୋ ସାଥେ ଭାବ ବଢ଼ିଛି, ଆରେ ଭାବଗ୍ରାହୀ
ଚାହିଁ ତୋ ଚନ୍ଦ୍ରବଦନ ପାଦେ ଥିବି ମୁହିଁ
ତୋ ସାଥେ ଭାବ ବଢ଼ିଛି, ଆରେ ଭାବଗ୍ରାହୀ
ଚାହିଁ ତୋ ଚନ୍ଦ୍ରବଦନ ପାଦେ ଥିବି ମୁହିଁ

ଶଙ୍ଖନାଭି ମଣ୍ଡଳରେ ରଖିଛି ମନ
ତୁହି ଏକା ଚିହ୍ନା ମୋର ଜୀବନ ଧନ
ଶଙ୍ଖନାଭି ମଣ୍ଡଳରେ ରଖିଛି ମନ
ତୁହି ଏକା ଚିହ୍ନା ମୋର ଜୀବନ ଧନ

କରିବୁ ନାହିଁ ରେ କେବେ ମୋ ପାଇଁ ଛନ୍ଦ

ତୁ ଆଖି, ତୁ ତାରା, ତୁ ମୋ ଚାନ୍ଦ
ତୋ ପାଇଁ ଆସିଲି ଡେଇଁ ଏରୁଣ୍ଡିବନ୍ଧ
ତୁ ଆଖି, ତୁ ତାରା, ତୁ ମୋ ଚାନ୍ଦ
ତୋ ପାଇଁ ଆସିଲି ଡେଇଁ ଏରୁଣ୍ଡିବନ୍ଧ

ଛାଡି ମୁଁ ଆସିଲି ଧନ ମିଛ ସଂସାର
ସିନ୍ଥିରେ ପିନ୍ଧିବି ବୋଲି କଳା-ସିନ୍ଦୂର
ଛାଡି ମୁଁ ଆସିଲି ଧନ ମିଛ ସଂସାର
ସିନ୍ଥିରେ ପିନ୍ଧିବି ବୋଲି କଳା-ସିନ୍ଦୂର

ଗାଇବାକୁ, ଶୁଣିବାକୁ ଗୀତଗୋବିନ୍ଦ

ତୁ ଆଖି, ତୁ ତାରା, ତୁ ମୋ ଚାନ୍ଦ
ତୋ ପାଇଁ ଆସିଲି ଡେଇଁ ଏରୁଣ୍ଡିବନ୍ଧ, ଏରୁଣ୍ଡିବନ୍ଧ, ହାଏ, ଏରୁଣ୍ଡିବନ୍ଧ



Credits
Writer(s): Krushna Chandra, Panchanana Nayak
Lyrics powered by www.musixmatch.com

Link