Gotie Ratire Kotie Janmara

ଗୋଟିଏ ରାତିରେ କୋଟିଏ ଜନ୍ମର ପୁଣ୍ୟ ମିଳିଯାଏ ବୋଲି
ଗୋଟିଏ ରାତିରେ କୋଟିଏ ଜନ୍ମର ପୁଣ୍ୟ ମିଳିଯାଏ ବୋଲି

ଜାଗର ରାତିରେ, ହେ, ଶିବଶଙ୍କର
ଜାଗର ରାତିରେ, ହେ, ଶିବଶଙ୍କର
ଦୀପଟିଏ ଜାଳିଦେଲି

ଗୋଟିଏ ରାତିରେ କୋଟିଏ ଜନ୍ମର ପୁଣ୍ୟ ମିଳିଯାଏ ବୋଲି
ପୁଣ୍ୟ ମିଳିଯାଏ ବୋଲି

ସୃଷ୍ଟିର ଆଗରୁ ତୁମେ ଅଛ ପ୍ରଭୁ
ସୃଷ୍ଟି ଶେଷ ପରେ ତୁମେ ବି ଥିବ
ଦୁଇ ଦିନର ଏ ଜୀବନଟା ମୋର
ଆଜି ଅଛି ସିନା କାଲି ନଥିବ

ଗୋଟିଏ ରାତିରେ କୋଟିଏ ଦିନର ଦୁଃଖ ସରିଯାଏ ବୋଲି

ଜାଗର ରାତିରେ, ହେ, ଶିବଶଙ୍କର
ଜାଗର ରାତିରେ, ହେ, ଶିବଶଙ୍କର
ଦୀପଟିଏ ଜାଳିଦେଲି

ଗୋଟିଏ ରାତିରେ କୋଟିଏ ଜନ୍ମର ପୁଣ୍ୟ ମିଳିଯାଏ ବୋଲି
ପୁଣ୍ୟ ମିଳିଯାଏ ବୋଲି

ତୁମେ ପରା ପ୍ରଭୁ ନିର୍ବିକାର ବ୍ରହ୍ମ
ମୁଁ ସିନା ଗୋଟିଏ ଛାର ମଣିଷ
ବିଷ ପିଇ ତୁମେ ନୀଳକଣ୍ଠ ହେଲ
ମୁଁ ନୀତି ପିଉଛି ବିଷୟା-ବିଷ

ଗୋଟିଏ ରାତିରେ କୋଟିଏ ସ୍ୱର୍ଗର ଅମୃତ ଝରଇ ବୋଲି

ଜାଗର ରାତିରେ, ହେ, ଶିବଶଙ୍କର
ଜାଗର ରାତିରେ, ହେ, ଶିବଶଙ୍କର
ଦୀପଟିଏ ଜାଳିଦେଲି

ଗୋଟିଏ ରାତିରେ କୋଟିଏ ଜନ୍ମର ପୁଣ୍ୟ ମିଳିଯାଏ ବୋଲି

ଦୀପଟିଏ ଜାଳିଦେଲି
ପୁଣ୍ୟ ମିଳିଯାଏ ବୋଲି
ଦୀପଟିଏ ଜାଳିଦେଲି



Credits
Writer(s): Baidyanath Dash
Lyrics powered by www.musixmatch.com

Link