Lo Mitani Mahadipa Uthila Pare

ମିତଣି, ଲୋ ମିତଣି
ମିତଣି, ଲୋ ମିତଣି
ମହାଦୀପ ଉଠିଲା ପରେ ମୁଁ ଛୁଇଁବି ପାଣି
ମହାଦୀପ ଉଠିଲା ପରେ ମୁଁ ଛୁଇଁବି ପାଣି

ଜାଗର ରେ ଆଜି ପରା
ଉପବାସ ଦିନ ସାରା
ଜାଗର ରେ ଆଜି ପରା
ମୋର ଉପବାସ ଦିନ ସାରା
ସଞ୍ଜ ରେ କରିବି ଶିବ ଦରଶନ ବର ଦେବେ ମନ ଜାଣି

ମହାଦୀପ ଉଠିଲା ପରେ ମୁଁ ଛୁଇଁବି ପାଣି
ମହାଦୀପ ଉଠିଲା ପରେ ମୁଁ ଛୁଇଁବି ପାଣି

ପଦ୍ମ ପୋଖରୀରେ ବୁଡ଼ ଦେଇଛି ମୁଁ
ସକାଳୁ-ସକାଳୁ ଉଠି
ଚମ୍ପା-ଟଗର ରେ ଗଇସ ଫୁଲରେ
ମାଳ ମୁଁ କରିଛି ଗୁନ୍ଥି

ପଦ୍ମ ପୋଖରୀରେ ବୁଡ଼ ଦେଇଛି ମୁଁ
ସକାଳୁ-ସକାଳୁ ଉଠି
ଚମ୍ପା-ଟଗର ରେ ଗଇସ ଫୁଲରେ
ମାଳ ମୁଁ କରିଛି ଗୁନ୍ଥି

ଥିଲା ମୋର ମାନସିକ
କରିବି ମୁଁ ଅଭିଷେକ
ଥିଲା ମୋର ମାନସିକ
ଯାଇ କରିବି ମୁଁ ଅଭିଷେକ
ତୋଳି ଦେଇଯିବି ବେଲପତର ମୁଁ ଶହେ ଆଠ ଗଣି-ଗଣି

ମହାଦୀପ ଉଠିଲା ପରେ ମୁଁ ଛୁଇଁବି ପାଣି
ମହାଦୀପ ଉଠିଲା ପରେ ମୁଁ ଛୁଇଁବି ପାଣି

ହୃଦୟ ରେ ମୋର ଶିବ ଙ୍କ ମୂରତି
ତୁଣ୍ଡ ରେ ମୋ ପଞ୍ଚାକ୍ଷର
ଶିବ ମୋ ନିଶ୍ବାସ, ଶିବ ମୋ ବିଶ୍ୱାସ
ଶିବ ହିଁ ସର୍ବସ୍ବ ମୋର

ହୃଦୟ ରେ ମୋର ଶିବ ଙ୍କ ମୂରତି
ତୁଣ୍ଡ ରେ ମୋ ପଞ୍ଚାକ୍ଷର
ଶିବ ମୋ ନିଶ୍ବାସ, ଶିବ ମୋ ବିଶ୍ୱାସ
ଶିବ ହିଁ ସର୍ବସ୍ବ ମୋର

ସେବା ଦରଶନ କରି
ସଂସାର ରୁ ଯିବି ତରି
ସେବା ଦରଶନ କରି
ଏ ସଂସାର ରୁ ଯିବି ତରି
ଗଲା ବେଳେ ମହାମୃତୁଞ୍ଜୟ ମନ୍ତ୍ର ଚାଲିଯିବି ଶୁଣି-ଶୁଣି

ମହାଦୀପ ଉଠିଲା ପରେ ମୁଁ ଛୁଇଁବି ପାଣି
ମହାଦୀପ ଉଠିଲା ପରେ ମୁଁ ଛୁଇଁବି ପାଣି
ମହାଦୀପ ଉଠିଲା ପରେ ମୁଁ ଛୁଇଁବି ପାଣି



Credits
Writer(s): Baidyanath Dash
Lyrics powered by www.musixmatch.com

Link