Jagara Ratire Jebe Mahadipa Jae Jali

ଜାଗର ରାତିରେ ଯେବେ, ମହାଦୀପ ଜଗେ ଉଠେ ଜଳି
ଉଆଁସ ରାତିଟା ଲାଗେ ପୁନେଇ ରାତିଠୁ ବଳି
ଜାଗର ରାତିରେ ଯେବେ, ମହାଦୀପ ଜଗେ ଉଠେ ଜଳି
ଉଆଁସ ରାତିଟା ଲାଗେ ପୁନେଇ ରାତିଠୁ ବଳି

ଅନ୍ଧାର ପରି ପାପ ଯାଏ ତ ସରି
ଏଇ ଜୀବନ ଯାଏ ପୁଣ୍ୟରେ ଭରି
ଭୋଳା ବାବା ପରା ସେହି ପୁଣ୍ୟ ଧାରା ଦିଅନ୍ତି ଢାଳି

ଜାଗର ରାତିରେ ଯେବେ, ମହାଦୀପ ଜଗେ ଉଠେ ଜଳି
ଉଆଁସ ରାତିଟା ଲାଗେ ପୁନେଇ ରାତିଠୁ ବଳି

ଜାଗର ରାତିରେ କୈଳାଶ ପରି ଲାଗେ ସବୁ ଶିବ ମନ୍ଦିର
ଶିବ ଭକତିରେ ହୁଏ ଭାବ ମୟ ସବୁ ପ୍ରାଣ, ସବୁ ଅନ୍ତର

ସବୁ ଅନ୍ତର ଗାଏ ନମଃ ଶିବାୟ
ସବୁ ସମୟ ହୁଏ ଅମୃତମୟ
ଅମୃତ ପରସେ ଏ ଜୀବନ ହସେ ଜଂଜଳ ଭୁଲି

ଜାଗର ରାତିରେ ଯେବେ, ମହାଦୀପ ଜଗେ ଉଠେ ଜଳି
ଉଆଁସ ରାତିଟା ଲାଗେ ପୁନେଇ ରାତିଠୁ ବଳି

ଜୀବ ପାଇଁ ଯାଏ ମୁକତିର ବାଟ
ମିଳିଗଲେ ଶିବ ଦର୍ଶନ
ଖୋଲି ଯାଏ ପୁଣି ମୁଖ୍ୟର କବାଟ ନେଲେ ଥରେ ଶିବ ସରଣ

ଶିବ ସରଣେ ସବୁ ଧାମର ପୁଣ୍ୟ
ଶିବଙ୍କ ବିନା ଗତି ନାହିଁ ଟି ଅନ୍ୟ
ସେହି ଏକା ଶତ୍ରୁ, ସେହି ଏକା ନିତ୍ୟ ଚନ୍ଦ୍ରମଉଣି

ଜାଗର ରାତିରେ ଯେବେ, ମହାଦୀପ ଜଗେ ଉଠେ ଜଳି
ଉଆଁସ ରାତିଟା ଲାଗେ ପୁନେଇ ରାତିଠୁ ବଳି
ଜାଗର ରାତିରେ ଯେବେ, ମହାଦୀପ ଜଗେ ଉଠେ ଜଳି
ଉଆଁସ ରାତିଟା ଲାଗେ ପୁନେଇ ରାତିଠୁ ବଳି



Credits
Writer(s): Baidyanath Dash
Lyrics powered by www.musixmatch.com

Link