Matharu Jahara Ganga Jharuchi Lo

ମଥାରୁ ଯାହାର ଗଙ୍ଗା ଝରୁଛି ଲୋ
ସେଇ ମଥାରେ କି ଜଳ ଢାଳିବି?
ଜଟାରେ ଯାହାର ଜହ୍ନ ହସୁଛି ଲୋ
ତାଙ୍କ ପାଖରେ କି ଦୀପ ଜାଳିବି?

ଏତିକି ଜାଣିଛି ଶିବ ସେ ଭଜନ୍ତି
ଏତିକି ଜାଣିଛି ଶିବ ସେ ଭଜନ୍ତି
ମହାଶିବରାତ୍ରି ପାଳିବି

ମୁଁ ଯିବି ଲୋ ଯିବି, ଶିବ ମନ୍ଦିର ଯିବି
ମୁଁ ଯିବି ଲୋ ଯିବି, ଶିବ ମନ୍ଦିର ଯିବି

ସକଳ ସମ୍ପଦ ଅନ୍ୟକୁ ଦେଇ
ବସିଛନ୍ତି ଯିଏ ଯୋଗୀଟେ ହେଇ
ତାଙ୍କୁ ଦେବି କୋଉ ଧନ?

ଧନରେ ତାଙ୍କର ନାହିଁ ଟି ଲୋଭ
ନାମରେ ତାଙ୍କର ଅନେକ ଶୁଭ
ଧନ୍ୟ ସଦାଶିବ ଧନ୍ୟ

ବିଷ ପିଇ ଯିଏ ହେଲେ ନୀଳକଣ୍ଠ
ବିଷ ପିଇ ଯିଏ ହେଲେ ନୀଳକଣ୍ଠ
ତାଙ୍କୁ କୋଉ ପଣା ବାଢ଼ିବି?

ମୁଁ ଯିବି ଲୋ ଯିବି, ଶିବ ମନ୍ଦିର ଯିବି
ମୁଁ ଯିବି ଲୋ ଯିବି, ଶିବ ମନ୍ଦିର ଯିବି

ବାଘଛାଲ ଯାହା ଦେହ ବସନ
ସାରା ଦେହେ ପୁଣି ଭସ୍ମ ଲେପନ
ଦେବି ତାଙ୍କୁ କୋଉ ବସ୍ତ୍ର?

ଆଦିଯୋଗୀ ସେଇ ଶିବ-ଶଙ୍କର
ତାଙ୍କରି ପାଖରେ ଜାଳି ଜାଗର
ଗାଇବି ମୁଁ କୋଉ ମନ୍ତ୍ର?

ସୃଷ୍ଠିରେ ସହସ୍ର ନାମ ଯାହାଙ୍କର
ସୃଷ୍ଠିରେ ସହସ୍ର ନାମ ଯାହାଙ୍କର
କୋଉ ନାମରେ ମୁଁ ଜପିବି?

ମୁଁ ଯିବି ଲୋ ଯିବି, ଶିବ ମନ୍ଦିର ଯିବି
ମୁଁ ଯିବି ଲୋ ଯିବି, ଶିବ ମନ୍ଦିର ଯିବି
ମୁଁ ଯିବି ଲୋ ଯିବି, ଶିବ ମନ୍ଦିର ଯିବି

ମୁଁ ଯିବି ଲୋ ଯିବି, ଶିବ ମନ୍ଦିର ଯିବି



Credits
Writer(s): Baidyanath Dash
Lyrics powered by www.musixmatch.com

Link