Mati Dipa Tie Karidia Mate

ମାଟି ଦୀପ ଟିଏ କରିଦିଅ ମତେ
ତୁମରି ମନ୍ଦିରେ ଜଳୁଥିବି ସତେ
ଜାଗରରେ ପ୍ରଭୁ ରାତିସାରା

ମାଟି ଦୀପ ଟିଏ କରିଦିଅ ମତେ
ତୁମରି ମନ୍ଦିରେ ଜଳୁଥିବି ସତେ
ଜାଗରରେ ପ୍ରଭୁ ରାତିସାରା

ଜଳି-ଜଳି ସରି ଯାଉଥିବି ଯେତେ
ତୁମ ଦେହେ ମିଶି ଯାଉଥିବି ସେତେ
ଢାଳିଦିଅ ତୁମ କୃପା ଧାରା

ଜଳିବା, ଲିଭିବା ତୁମରି ଇଚ୍ଛାରେ
ଜଳିବା, ଲିଭିବା ତୁମରି ଇଚ୍ଛାରେ

ହେ ଶିବଶମ୍ଭୁ, ମୋ ଜୀବନେ ସବୁ ତୁମେ ପରା

ମାଟି ଦୀପ ଟିଏ କରିଦିଅ ମତେ
ତୁମରି ମନ୍ଦିରେ ଜଳୁଥିବି ସତେ
ଜାଗରରେ ପ୍ରଭୁ ରାତିସାରା
ଜାଗରରେ ପ୍ରଭୁ ରାତିସାରା

ଜଗତରେ ଯେତେ ଦୀପ ଜଳେ ପ୍ରଭୁ
ତୁମ ଆଗେ ଫିକା ଦିଶେ
ତୁମେ ଜ୍ୟୋତିର୍ମୟ, ତୁମ ଆଲୋକରେ
ଏ ସାରା ଜଗତ ହସେ

ହସିବା, କାନ୍ଦିବା ତୁମରି ଇଚ୍ଛାରେ
ହସିବା, କାନ୍ଦିବା ତୁମରି ଇଚ୍ଛାରେ

ହେ ଭୋଳାଶଙ୍କର, ହସ-ଲୁହ ମୋର ତୁମେ ପରା

ମାଟି ଦୀପ ଟିଏ କରିଦିଅ ମତେ
ତୁମରି ମନ୍ଦିରେ ଜଳୁଥିବି ସତେ
ଜାଗରରେ ପ୍ରଭୁ ରାତିସାରା
ଜାଗରରେ ପ୍ରଭୁ ରାତିସାରା

ସବୁ ଦୁଃଖ ତୁମେ ହରି ନିଅ ବୋଲି
ତୁମ ନାମ ପରା ହର
ମିଛ, ମୋହ, ମାୟା ସବୁ ତ ଅସାର
ତୁମେ ତ ସଂସାରେ ସାର

ଆସିବା, ଫେରିବା ତୁମରି ଇଚ୍ଛାରେ
ଆସିବା, ଫେରିବା ତୁମରି ଇଚ୍ଛାରେ

ହେ ବିଶ୍ଵନାଥ, ମୋ ଜୀବନ ପଥ ତୁମେ ପରା

ମାଟି ଦୀପ ଟିଏ କରିଦିଅ ମତେ
ତୁମରି ମନ୍ଦିରେ ଜଳୁଥିବି ସତେ
ଜାଗରରେ ପ୍ରଭୁ ରାତିସାରା

ଜଳି-ଜଳି ସରି ଯାଉଥିବି ଯେତେ
ତୁମ ଦେହେ ମିଶି ଯାଉଥିବି ସେତେ
ଢାଳି ଦିଅ ତୁମ କୃପା ଧାରା
ଢାଳି ଦିଅ ତୁମ କୃପା ଧାରା
ଢାଳି ଦିଅ ତୁମ କୃପା ଧାରା



Credits
Writer(s): Baidyanath Dash
Lyrics powered by www.musixmatch.com

Link