Ama Snana Tume Dekhila(Snana Purnima)

ଆମ ସ୍ନାନ ତମେ ଦେଖିଲ ଲୁଚି କଦମ୍ବ ମୂଳେ
ତମ ସ୍ନାନ ଆମେ ଦେଖିବୁ ସାରା ଜଗତ ମେଳେ

ତଥାସ୍ତୁ ବୋଲିକି ଗୋପୀଙ୍କୁ ପ୍ରଭୁ ଦେଇଛ କହି
ଜଗତ ଜନଙ୍କ ଆଗରେ ସ୍ନାନକର ସେ ପାଇଁ

ଲାଜ ଲାଗୁଚି, ଲାଜ ଲାଗୁଚି ବୋଲିକି କଳାଗୋସେଇଁ
ହାତୀ ବେଶ ଛଳେ ଦିଅ ମୁହଁ ଲୁଚେଇ
ଲାଜ ଲାଗୁଚି, ଲାଜ ଲାଗୁଚି ବୋଲିକି କଳାଗୋସେଇଁ
ହାତୀ ବେଶ ଛଳେ ଦିଅ ମୁହଁ ଲୁଚେଇ

ତୁମେ ସେ କଳା-କହ୍ନେଇ
ଆଜିତ ସ୍ନାନ ପୁନେଇ
ତୁମେ ସେ କଳା-କହ୍ନେଇ
ଆଜିତ ସ୍ନାନ ପୁନେଇ

ଭକ୍ତ ଗଣପତି ଭଟ, ପ୍ରସଙ୍ଗ ତୁମ କପଟ
ମୁହଁ ଲୁଚେଇବା ପାଇଁ, ହାତୀ ବେଶ ଭଲ ବାଟ
ଭକ୍ତ ଗଣପତି ଭଟ, ପ୍ରସଙ୍ଗ ତୁମ କପଟ
ମୁହଁ ଲୁଚେଇବା ପାଇଁ, ହାତୀ ବେଶ ଭଲ ବାଟ

ସିନାନ କରିବା ଦୃଶ୍ୟ, ଗୋପନ ଅଟେ ଅବଶ୍ୟ
ଅଣସର ଘରେ ଲାଜେ ଲୁଚିବ ଯାଇ

ତୁମେ ସେ କଳା-କହ୍ନେଇ
ଆଜିତ ସ୍ନାନ ପୁନେଇ
ତୁମେ ସେ କଳା-କହ୍ନେଇ
ଆଜିତ ସ୍ନାନ ପୁନେଇ

ତୁମ ଏ ସିନାନ ଲୀଳା, ରାଗନ୍ତି ଜାଣି କମଳା
ସେ ଲାଗି ଛାନିଆ ଜ୍ୱର, ହୁଏ କିବା ଚକଡୋଳା
ତୁମ ଏ ସିନାନ ଲୀଳା, ରାଗନ୍ତି ଜାଣି କମଳା
ସେ ଲାଗି ଛାନିଆ ଜ୍ୱର, ହୁଏ କିବା ଚକଡୋଳା

କବାଟ ପକେଇ ଦେଇ
ଶୋଇବ ଔଷଧି ଖାଇ
କହିଦେଲି ବୋଲି ଦୋଷ ଧରିବ ନାହିଁ

ଲାଜ ଲାଗୁଚି ବୋଲିକି କଳାଗୋସେଇଁ
ହାତୀ ବେଶ ଛଳେ ଦିଅ ମୁହଁ ଲୁଚେଇ

ତୁମେ ସେ କଳା-କହ୍ନେଇ
ଆଜିତ ସ୍ନାନ ପୁନେଇ
ତୁମେ ସେ କଳା-କହ୍ନେଇ
ଆଜିତ ସ୍ନାନ ପୁନେଇ



Credits
Writer(s): Alekha Chandra Biswal, Manmath Mishra
Lyrics powered by www.musixmatch.com

Link