Nila Parabata(Niladri Bije)

ନୀଳ ପରବତ କୁଞ୍ଚି କୁଞ୍ଚିକା
ଘରଣୀର ରାଗ ମିଛି ମିଛିକା
ସଖି ଲୋ, ମାନ ଅଭିମାନ ପାଣି ଫୋଟକା
ସଖି ଲୋ, ମାନ ଅଭିମାନ ପାଣି ଫୋଟକା

ପ୍ରଭୁଙ୍କର ଆଜି ନୀଳାଦ୍ରି ବିଜୟ
ପ୍ରଭୁଙ୍କର ଆଜି ନୀଳାଦ୍ରି ବିଜୟ
ଲଷ୍ମୀଙ୍କ ଛାତିରେ ପଶେ ଛନକା

ସଖି ଲୋ, ମାନ ଅଭିମାନ ପାଣି ଫୋଟକା

ଏତେ ଉର୍ମାଦ୍ଦନା ନାହିଁ ଯେ ବର୍ଣ୍ଣନା
ଲଷ୍ମୀ ମୁଖ ଭିଜେ ଅଜଣା ଲାଜେ
ଏ ମଧୁ ଲଗନ, ପବିତ୍ର ମିଳନ
ଆସିଛି କି କାହ୍ନା ମାଧବୀ କୁଞ୍ଜେ?

ନାଚେ ସିଂହଦ୍ୱାର, ନାଚେ ଶ୍ରୀମନ୍ଦିର
ନାଚେ ସିଂହଦ୍ୱାର, ନାଚେ ଶ୍ରୀମନ୍ଦିର
ନାଚେ ମହାଲଷ୍ମୀ ମନ ରାଧିକା

ସଖି ଲୋ, ମାନ ଅଭିମାନ ପାଣି ଫୋଟକା

ଯେଉଁ ହାତେ ଲଷ୍ମୀ ଚୁଲି ଭାଙ୍ଗିଥିଲେ
ସୁନା-ଚଟୁ ସେଇ ହାତେ ଧରିବେ
ଏ ରାତି ପହିଲେ ସେ ବଡ଼ ଖିଆକୁ
୬୦ ପଉଟି ପରସି ଦେବେ

ଦାମ୍ପତ୍ୟ ଜୀବନେ ବିରହ ନଥିଲେ
ଦାମ୍ପତ୍ୟ ଜୀବନେ ବିରହ ନଥିଲେ
ପୀରତିଟା ପରା ଲାଗେ ଯେ ଫିକା

ସଖି ଲୋ, ମାନ ଅଭିମାନ ପାଣି ଫୋଟକା
ସଖି ଲୋ, ମାନ ଅଭିମାନ ପାଣି ଫୋଟକା



Credits
Writer(s): Alekha Chandra Biswal, Manmath Mishra
Lyrics powered by www.musixmatch.com

Link