Kaaliaa Sunaa Ra(Suna Besa)

କାଳିଆ ସୁନାର ସୁନା-ବେଶ ଦେଖି ମନ ହୁଏ ହର-ବର
କାଳିଆ ସୁନା- ସୁନା ବେଶ ଦେଖି ମନ ହୁଏ ହର-ବର

ଠାକୁର ସୁନାକୁ ଗହଣା ସୁନା ଲୋ
ଠାକୁର ସୁନାକୁ ଗହଣା ସୁନା ଲୋ
କିଏବା ଉପମା ତାର?

କାଳିଆ ସୁନାର ସୁନା-ବେଶ ଦେଖି ମନ ହୁଏ ହର-ବର
ମନ ହୁଏ ହର-ବର

ତୁଳସୀରୁ ସେ ଦୟନାରୁ ସେ ଆଜିତ ସୁନାର ପାଳି
ଶ୍ରିପଦ ଠାରୁ ମସ୍ତକ ଯାଏ ଗହଣା ଭଳିକି ଭଳି ଲୋ ଭଳିକି ଭଳି

ଏଇ ସୁନା ବେଶେ ବଡ଼ଦାଣ୍ଡ ଦିଶେ
ଏଇ ସୁନା ବେଶେ ବଡ଼ଦାଣ୍ଡ ଦିଶେ
ସତେ କି କୁବେର ପୂର

କାଳିଆ ସୁନାର ସୁନା-ବେଶ ଦେଖି ମନ ହୁଏ ହର-ବର
ମନ ହୁଏ ହର-ବର

କି ସୁନା-ବେଶ ଅପୂର୍ବ ଦୂର୍ଶ୍ୟ, ଦର୍ଶନ କରିବା ପାଇଁ
ମାନବ ଠାରୁ ଦେବତା ଯାଏ ସବୁତ ହୁଅନ୍ତି ବାଇ ଲୋ ହୁଅନ୍ତି ବାଇ

ରଥେ ସୁନା-ବେଶ, ଦର୍ଶନ କରି ସେ
ରଥେ ସୁନା-ବେଶ, ଦର୍ଶନ କରି ସେ
ପରମ ସୌଭାଗ୍ୟ ଯା'ର

କାଳିଆ ସୁନାର ସୁନା ବେଶ ଦେଖି ମନ ହୁଏ ହର-ବର

ଠାକୁର ସୁନାକୁ ଗହଣା ସୁନା ଲୋ
ଠାକୁର ସୁନାକୁ ଗହଣା ସୁନା ଲୋ
କିଏବା ଉପମା ତାର?

କାଳିଆ ସୁନାର ସୁନା-ବେଶ ଦେଖି ମନ ହୁଏ ହର-ବର
ମନ ହୁଏ ହର-ବର



Credits
Writer(s): Alekha Chandra Biswal, Manmath Mishra
Lyrics powered by www.musixmatch.com

Link