Ratha Hela Daskhina Moda(Bahuda)

ରଥ ହେଲା ଦକ୍ଷିଣ ମୋଡ଼
ଆଉ ଥରେ ଲାଗିଲା ଭିଡ଼
ରଥ ହେଲା ଦକ୍ଷିଣ ମୋଡ଼
ଆଉ ଥରେ ଲାଗିଲା ଭିଡ଼

ବାହୁଡ଼ା ରଥରେ ବିଜେ କାଳିଆ ରାଜା

ରଥ ଯା' ଗଡି ଯା'ରେ, ଚକ ଯା' ମାଡ଼ି ଯା'
ରଥ ଯା' ଗଡି ଯା'ରେ, ଚକ ଯା' ମାଡ଼ି ଯା'

ସୀତା, ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି
ଅଯଧ୍ୟାକୁ ରାମ ଫେରିଲା ପରେ
ବଡ଼ ଦେଉଳକୁ କାଳିଆ ଫେରୁଛି
ସୁଖର ତୁଳସୀ ପଡ଼ୁଛି ଝରି

ସୀତା, ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି
ଅଯଧ୍ୟାକୁ ରାମ ଫେରିଲା ପରେ
ବଡ଼ ଦେଉଳକୁ କାଳିଆ ଫେରୁଛି
ସୁଖର ତୁଳସୀ ପଡ଼ୁଛି ଝରି

ତିନି ରଥେ ବାହୁଡା ଦିଅ
ବଡ଼ ଦାଣ୍ଡେ ଭକତ ସୁଅ

ମୌକା ମିଳିଛି ଭକ୍ତ କରନ୍ତି ମଜା

ରଥ ଯା' ଗଡି ଯା'ରେ, ଚକ ଯା' ମାଡ଼ି ଯା'
ରଥ ଯା' ଗଡି ଯା'ରେ, ଚକ ଯା' ମାଡ଼ି ଯା'

ଆଗକୁ ଟାଣୁଛି ଲକ୍ଷ୍ମୀଙ୍କ ମୋହ
ପଛକୁ ଭିଡ଼ୁଛି ଗୁଣ୍ଡିଚା ସ୍ନେହ
ନିର୍ବିକାର ବ୍ରହ୍ମ, ମାନବ ଲୀଳାରେ
ମାୟା ବନ୍ଧନରୁ ବାହାର ନୁହଁ

ଆଗକୁ ଟାଣୁଛି ଲକ୍ଷ୍ମୀଙ୍କ ମୋହ
ପଛକୁ ଭିଡ଼ୁଛି ଗୁଣ୍ଡିଚା ସ୍ନେହ
ନିର୍ବିକାର ବ୍ରହ୍ମ, ମାନବ ଲୀଳାରେ
ମାୟା ବନ୍ଧନରୁ ବାହାର ନୁହଁ

ଏମିତିକା ଯାତ୍ରା ଲଗାଇ, ଲୀଳା କରେ କଳା ଗୋସ୍ୱାଇଁ
ଲୀଳାର ଠାକୁର ବୋଲି ଉଡ଼ୁଛି ଧ୍ଵଜା

ରଥ ଯା' ଗଡି ଯା'ରେ, ଚକ ଯା' ମାଡ଼ି ଯା'
ରଥ ଯା' ଗଡି ଯା'ରେ, ଚକ ଯା' ମାଡ଼ି ଯା'



Credits
Writer(s): Alekha Chandra Biswal, Manmath Mishra
Lyrics powered by www.musixmatch.com

Link