Asadua Megha(Naba Joubana)

ଅଷାଢୁଆ ମେଘ ରସ ରସିଆ ଲୋ
ଅଷାଢୁଆ ମେଘ ରସ ରସିଆ

ନୂଆ ମେଘ ନିନ୍ଦି, ଆହାଃ, ଶ୍ରୀକ୍ଷେତ୍ର ନିଧି
ନୂଆ ମେଘ ନିନ୍ଦି, ଆହାଃ, ଶ୍ରୀକ୍ଷେତ୍ର ନିଧି
ନବ-ଯଉବନ ବେଶ ଭାରି ବଢିଆ

ଅଷାଢୁଆ ମେଘ ରସ ରସିଆ ଲୋ
ଅଷାଢୁଆ ମେଘ ରସ ରସିଆ

କି ଯେ ଔଷଧ ଦେବ ବଇଦ ଖୁଆଇ ଦେଲା ରେ?
ଯଉବନ ନୂଆ ହେଲା ରେ
ଦେଖିଲେ ଆଖି ଯାଉଚି ଲାଖି ସାହାଣ ମେଲାରେ
ଭକ୍ତ ମନ ମୋହି ନେଲା ରେ

ଏ ନବ-ଯୌବନ, ମାତ୍ର ଦିନେ ଦର୍ଶନ
ଏ ନବ-ଯୌବନ ଦିନେ ଦର୍ଶନ
କାଳିଆ ଦର୍ଶନ ସିନା ବାରମାସିଆ

ଅଷାଢୁଆ ମେଘ ରସ ରସିଆ ଲୋ
ଅଷାଢୁଆ ମେଘ ରସ ରସିଆ

ନବ-ଯୌବନ କଲେ ଦର୍ଶନ, ଜୀବନ ଧନ୍ୟ ରେ
ଶିହରଣ ତନୁ ମନରେ
ନବ-ଭାବନା, ଦିବ୍ୟ-ଚେତନା ଭରେ ଯେ ପ୍ରାଣରେ
ସବୁ ଚିନ୍ତା ଶୂନ୍ୟ ହୁଏ ରେ

ଏ ନବ-ଯୌବନ ଆଜି ଦେଇ ଦର୍ଶନ
ଏଇ ନବ-ଯୌବନ ଦେଇ ଦର୍ଶନ
କାଲି ହେଇଯିବ ଜଗା ପରବାସିଆ

ଅଷାଢୁଆ ମେଘ ରସ ରସିଆ ଲୋ
ଅଷାଢୁଆ ମେଘ ରସ ରସିଆ



Credits
Writer(s): Alekha Chandra Biswal, Manmath Mishra
Lyrics powered by www.musixmatch.com

Link