Prabhu Tume Kan Kala(Hera Panchami)

ପ୍ରଭୁ ତୁମେ, କଣ କଲ?
ଘରଣୀକି ମିଛ କହିଲ
ପ୍ରଭୁ ତୁମେ, କଣ କଲ?
ଘରଣୀକି ମିଛ କହିଲ

ହେଇଟି ଆସୁଛି କହି
ଏ ଯାଏ ଫେରିଲ ନାହିଁ
ହେଇଟି ଆସୁଛି କହି
ଏ ଯାଏ ଫେରିଲ ନାହିଁ
ହେରା ପଞ୍ଚମୀରେ ଲକ୍ଷ୍ମୀଙ୍କ ରାଗକୁ, ପଞ୍ଚମକୁ ନେଇଗଲ

ପ୍ରଭୁ ତୁମେ, କଣ କଲ?
ଘରଣୀକି ମିଛ କହିଲ
ପ୍ରଭୁ ତୁମେ, କଣ କଲ?
ଘରଣୀକି ମିଛ କହିଲ

ଲକ୍ଷ୍ମୀ ପଠେଇଲେ ଡାକରା, ତମେ ଫେରିଲ ନାହିଁ
କାଟ, ପାଣି, ଗୁଣୀ, ଗାରେଡି କାଟୁ କରିଲା ନାହିଁ
ତୁମ ଏ ବିରହ ଯାତନା ଆଉ ନ ହେଲା ସହି
ବାଧ୍ୟ କଲ ମହାଲକ୍ଷ୍ମୀଙ୍କୁ ପ୍ରଥା ଭାଙ୍ଗିବା ପାଇଁ

ତୁମେ କଲ ପ୍ରଭୁ ଦୋଷ, ଦଣ୍ଡ ଭୋଗେ ନନ୍ଦିଘୋଷ
ତୁମେ କଲ ପ୍ରଭୁ ଦୋଷ, ଦଣ୍ଡ ଭୋଗେ ନନ୍ଦିଘୋଷ
ଘର କଥା ଏବେ ଦାଣ୍ଡରେ ପଡିଲା, ତୁମକୁ ଲାଗିଛି ଗେଲ

ପ୍ରଭୁ ତୁମେ, କଣ କଲ?
ଘରଣୀକି ମିଛ କହିଲ
ପ୍ରଭୁ ତୁମେ, କଣ କଲ?
ଘରଣୀକି ମିଛ କହିଲ

ମଗୁସୁର ଗୁରୁବାରକୁ ପ୍ରଭୁ ଭୁଲିଗଲ କି?
ଲକ୍ଷ୍ମୀଙ୍କ ନେବାକୁ ଦୁଆରେ ପ୍ରଭୁ ଭୁଲିଥିଲ ଟି
ଜାଣିଶୁଣି ମହାଲକ୍ଷ୍ମୀଙ୍କୁ ପୁଣି ଦେଲ ଚିଡ଼େଇ
ଶରଧା ବାଲିର ଶରଧା ଏବେ ଦେଲେ ଛଡେଇ

ବୁଢା ଅନା କଥା ଆଉ ସଅଳେ ଫେରିବା ହେଉ
ବୁଢା ଅନା କଥା ଆଉ ସଅଳେ ଫେରିବା ହେଉ
ହେରା ପଞ୍ଚମୀ ଟା ତୁମ ରାଶି ପାଇଁ, ନୁହେଁ ବୋଧେ ଜମା ଭଲ

ପ୍ରଭୁ ତୁମେ, କଣ କଲ?
ଘରଣୀକି ମିଛ କହିଲ
ପ୍ରଭୁ ତୁମେ, କଣ କଲ?
ଘରଣୀକି ମିଛ କହିଲ



Credits
Writer(s): Alekha Chandra Biswal, Manmath Mishra
Lyrics powered by www.musixmatch.com

Link