Bainshi Lodaa Nahni

ବଇଁଶୀ ଲୋଡ଼ା ନାହିଁ, ମୃଦଙ୍ଗ ଲୋଡ଼ା ନାହିଁ
ହୃଦୟରୁ ସ୍ୱର ଆସେ କାଳିଆ
ତୋ ଗୀତ ଗାଇବା ପାଇଁ
କାଳିଆ-କାଳିଆ, ତୋ ଗୀତ ଗାଇବା ପାଇଁ

ବଇଁଶୀ ଲୋଡ଼ା ନାହିଁ, ମୃଦଙ୍ଗ ଲୋଡ଼ା ନାହିଁ
ବଇଁଶୀ ଲୋଡ଼ା ନାହିଁ, ମୃଦଙ୍ଗ ଲୋଡ଼ା ନାହିଁ
ହୃଦୟରୁ ସ୍ୱର ଆସେ କାଳିଆ
ତୋ ଗୀତ ଗାଇବା ପାଇଁ
କାଳିଆ-କାଳିଆ, ତୋ ଗୀତ ଗାଇବା ପାଇଁ

ବଇଁଶୀ ଲୋଡା ନାହିଁ, ହୋ-ଓ

ତୋ ଚକା-ଆଖିକୁ ଦେଖିଦେଲେ ଥରେ
ମନ ଯାହା କହିଯାଏ
ତୋ ବୁଝିବା ପାଇଁ ସବୁଠୁ ସୁନ୍ଦର
ଗୀତ ସିଏ ହୋଇଯାଏ

ତୋ ଚକା-ଆଖିକୁ ଦେଖିଦେଲେ ଥରେ
ମନ ଯାହା କହିଯାଏ
ତୋ ବୁଝିବା ପାଇଁ ସବୁଠୁ ସୁନ୍ଦର
ଗୀତ ସିଏ ହୋଇଯାଏ

ବାଇଦ ବଜେଇ, ସୁରରେ ସଜେଇ
ବାଇଦ ବଜେଇ, ସୁରରେ ସଜେଇ
ଗାଇବାରେ ମାନେ ନାହିଁ କାଳିଆ
ଯେବେ ରେ ଭକତି ନାହିଁ
କାଳିଆ-କାଳିଆ, ଯେବେରେ ଭକତି ନାହିଁ

ବଇଁଶୀ ଲୋଡା ନାହିଁ, ହୋ-ଓ

ଭକ୍ତ ସାଲବେଗ ଅବା ବାଣୀକଣ୍ଠ
ଗାଉଥିଲେ ତୋର ଗୀତ
ବିନା ପବନରେ ତୋ ନୀଳ ଚକ୍ରରେ
ନାଚି ଉଠୁଥିଲା ନେତ

ଭକ୍ତ ସାଲବେଗ ଅବା ବାଣୀକଣ୍ଠ
ଗାଉଥିଲେ ତୋର ଗୀତ
ବିନା ପବନରେ ତୋ ନୀଳ ଚକ୍ରରେ
ନାଚି ଉଠୁଥିଲା ନେତ

ତୋ ମନ ମଜେଇ, ନିଜକୁ ହଜେଇ
ତୋ ମନ ମଜେଇ, ନିଜକୁ ହଜେଇ
ଗାଇବି ମୁଁ ଗୀତ ତୋର କାଳିଆ
କିଛିବି ନଥିଲେ ନାହିଁ
କାଳିଆ-କାଳିଆ, କିଛିବି ନଥିଲେ ନାହିଁ

ବଇଁଶୀ ଲୋଡ଼ା ନାହିଁ, ମୃଦଙ୍ଗ ଲୋଡ଼ା ନାହିଁ
ବଇଁଶୀ ଲୋଡ଼ା ନାହିଁ, ମୃଦଙ୍ଗ ଲୋଡ଼ା ନାହିଁ
ହୃଦୟରୁ ସ୍ୱର ଆସେ କାଳିଆ
ତୋ ଗୀତ ଗାଇବା ପାଇଁ
କାଳିଆ-କାଳିଆ, ତୋ ଗୀତ ଗାଇବା ପାଇଁ
ତୋ ଗୀତ ଗାଇବା ପାଇଁ
ବଇଁଶୀ ଲୋଡା ନାହିଁ



Credits
Writer(s): Alekha Chandra Biswal, Manmath Mishra
Lyrics powered by www.musixmatch.com

Link