Kala Bhanra To Kalare

କଳା ଭଅଁର ତୋ କଳାରେ ଗଲି ବୁଡ଼ି, ବୁଡ଼ି ରେ
କଳା ଭଅଁର ତୋ କଳାରେ ଗଲି ବୁଡ଼ି

ହସେଇ-ରସେଇ ଦେଲୁରେ ଭସେଇ
ହସେଇ-ରସେଇ ଦେଲୁରେ ଭସେଇ
ଠକି ଦେଇ ଗଲୁ ଉଡ଼ିରେ

କଳା ଭଅଁର ତୋ କଳାରେ ଗଲି ବୁଡ଼ି, ବୁଡ଼ି ରେ
କଳା ଭଅଁର ତୋ କଳାରେ ଗଲି ବୁଡ଼ି

ମୋ ମନ ଫୁଲକୁ ତୋହରି ପୂଜାରେ
ସରାଗେ ସଜେଇ ଦେଲି
ଶୟନେ ସପନେ ଭଜିଲି ଖାଲି ମୁଁ
କାଳିଆ, କାଳିଆ ବୋଲି

ମୋ ମନ ଫୁଲକୁ ତୋହରି ପୂଜାରେ
ସରାଗେ ସଜେଇ ଦେଲି
ଶୟନେ ସପନେ ଭଜିଲି ଖାଲି ମୁଁ
କାଳିଆ, କାଳିଆ ବୋଲି

ବନ୍ଧେଇ ଛନ୍ଦେଇ ଦେଲୁରେ କନ୍ଦେଇ
ବନ୍ଧେଇ ଛନ୍ଦେଇ ଦେଲୁରେ କନ୍ଦେଇ
ଲାଜରେ ମୁଁ ଗଲି ଝଡିରେ

କଳା ଭଅଁର ତୋ କଳାରେ ଗଲି ବୁଡ଼ି, ବୁଡ଼ି ରେ
କଳା ଭଅଁର ତୋ କଳାରେ ଗଲି ବୁଡ଼ି

ଭଅଁର ଯେମିତି ମହୁ ପିଇ ଜାଣେ
ଭଲପାଇ ଜାଣେ ନାହିଁ
ତୁ ବି ସେମିତି ପୂଜା ନେଇ ଜାଣୁ
ଜାଣି ନାହୁଁ ସୁଖ ଦେଇ

ଭଅଁର ଯେମିତି ମହୁ ପିଇ ଜାଣେ
ଭଲପାଇ ଜାଣେ ନାହିଁ
ତୁ ବି ସେମିତି ପୂଜା ନେଇ ଜାଣୁ
ଜାଣି ନାହୁଁ ସୁଖ ଦେଇ

ଭୁଲେଇ-ଭାଲେଇ ମାୟାରେ ଝୁଲେଇ
ଭୁଲେଇ-ଭାଲେଇ ମାୟାରେ ଝୁଲେଇ
ଦେଲୁ ମୋତେ ଜାଳି ପୋଡ଼ି ରେ

କଳା ଭଅଁର ତୋ କଳାରେ ଗଲି ବୁଡ଼ି, ବୁଡ଼ି ରେ
କଳା ଭଅଁର ତୋ କଳାରେ ଗଲି ବୁଡ଼ି

ହସେଇ-ରସେଇ ଦେଲୁରେ ଭସେଇ
ହସେଇ-ରସେଇ ଦେଲୁରେ ଭସେଇ
ଠକି ଦେଇ ଗଲୁ ଉଡ଼ିରେ

କଳା ଭଅଁର ତୋ କଳାରେ ଗଲି ବୁଡ଼ି, ବୁଡ଼ି ରେ
କଳା ଭଅଁର ତୋ କଳାରେ ଗଲି ବୁଡ଼ି
ତୋ କଳାରେ ଗଲି ବୁଡ଼ି, ବୁଡ଼ି ରେ
ତୋ କଳାରେ ଗଲି ବୁଡ଼ି



Credits
Writer(s): Alekh Biswal, Manmath Mishra
Lyrics powered by www.musixmatch.com

Link