Ajhatiaa Emiti Pua

ଅଝଟିଆ ଏମିତି ପୁଅଟି ତୋ ଦୁଇଟି ମାଆ
ଅଝଟିଆ ଏମିତି ପୁଅଟି ତୋ ଦୁଇଟି ମାଆ

ଦେବକୀ ନନ୍ଦନ, ଯଶୋଦା ଜୀବନ
ଦେବକୀ ନନ୍ଦନ, ଯଶୋଦା ଜୀବନ
କେମିତି ବୁଝେଇବି ତୋତେରେ କାଳିଆ?

ଅଝଟିଆ ଏମିତି ପୁଅଟି ତୋ ଦୁଇଟି ମାଆ
ଅଝଟିଆ ଏମିତି ପୁଅଟି ତୋ ଦୁଇଟି ମାଆ

ଧୂଳି ଖେଳୁଥିଲୁ ରଙ୍ଗେ, ଗୋପ ଦାଣ୍ଡେ ଭାଇ ସଙ୍ଗେ
ମାଆକୁ ଲୁଚି-ଲୁଚି ଅମାନିଆ ଢ଼ଙ୍ଗେ
ଧୂଳି ଖେଳୁଥିଲୁ ରଙ୍ଗେ, ଗୋପ ଦାଣ୍ଡେ ଭାଇ ସଙ୍ଗେ
ମାଆକୁ ଲୁଚି-ଲୁଚି ଅମାନିଆ ଢ଼ଙ୍ଗେ

କାହ୍ନୁରେ, ହୋ-ହୋ-ହୋ-ହୋ
ମାଟି ଖାଉଥିଲୁ, ପାଟି ଦେଖେଇଲୁ
ମାଟି ଖାଉଥିଲୁ, ପାଟି ଦେଖେଇଲୁ
ରଚିଲୁ ବିଶ୍ଵରୂପ କରି କିମିଆ

ଅଝଟିଆ ଏମିତି ପୁଅଟି ତୋ ଦୁଇଟି ମାଆ
ଅଝଟିଆ ଏମିତି ପୁଅଟି ତୋ ଦୁଇଟି ମାଆ

ଦ୍ୱାରକାରେ ରାଜା ହେଲୁ, ପ୍ରଭାସରେ ଯଜ୍ଞ କଲୁ
ଦେବକୀ, ଯଶୋଦାଙ୍କ କଳି ଲଗାଇଲୁ
ଦ୍ୱାରକାରେ ରାଜା ହେଲୁ, ପ୍ରଭାସରେ ଯଜ୍ଞ କଲୁ
ଦେବକୀ, ଯଶୋଦାଙ୍କ କଳି ଲଗାଇଲୁ

କାହ୍ନୁରେ, ହୋ-ହୋ-ହୋ-ହୋ
ଦେବକୀ ଋଷିଲେ, ଯଶୋଦା ହସିଲେ
ଦେବକୀ ଋଷିଲେ, ଯଶୋଦା ହସିଲେ
କିଏ ସେ ବୁଝିବରେ ତୋହରି ମାୟା?

ଅଝଟିଆ ଏମିତି ପୁଅଟି ତୋ ଦୁଇଟି ମାଆ
ଅଝଟିଆ ଏମିତି ପୁଅଟି ତୋ ଦୁଇଟି ମାଆ

ଦେବକୀ ନନ୍ଦନ, ଯଶୋଦା ଜୀବନ
ଦେବକୀ ନନ୍ଦନ, ଯଶୋଦା ଜୀବନ
କେମିତି ବୁଝେଇବି ତୋତେରେ କାଳିଆ?

ଅଝଟିଆ ଏମିତି ପୁଅଟି ତୋ ଦୁଇଟି ମାଆ
ଅଝଟିଆ ଏମିତି ପୁଅଟି ତୋ ଦୁଇଟି ମାଆ
ଏମିତି ପୁଅଟି ତୋ ଦୁଇଟି ମାଆ
ଏମିତି ପୁଅଟି ତୋ ଦୁଇଟି ମାଆ



Credits
Writer(s): Alekha Chandra Biswal, Manmath Mishra
Lyrics powered by www.musixmatch.com

Link