Tatere Kaliaa

ତୋତେରେ କାଳିଆ କହିଛି ବୁଝେଇ
ମୋ ଦୁଃଖ ଶୁଣିବୁ ସୁଦୟା ବହି
ତୋତେରେ କାଳିଆ କହିଛି ବୁଝେଇ
ମୋ ଦୁଃଖ ଶୁଣିବୁ ସୁଦୟା ବହି

ଦୁଃଖ ନ ଶୁଣିଲେ ଠାକୁର ନୁହେଁ ତୁ
ଦୁଃଖ ନ ଶୁଣିଲେ ଠାକୁର ନୁହେଁ ତୁ
ହୋଇଥିବୁ ଆଉ କେହି

ହୋ, ପ୍ରଭୂପଣ ଯେବେ ନାହିଁ
ତୋତେରେ କାଳିଆ

ଘୋର ବନେ ମୃଗୁଣିକୁ ପଡ଼ିଥିଲା କଷଣ
ଡାକ ଶୁଣି ଦୁଃଖ ତାର କରିଥିଲୁ ନାଶନ
ମୃଗୁଣୀର ଦୁଃଖ ଠାରୁ ମୋ ଦୁଃଖତ ଗହନ
ଡାକି-ଡାକି ଥକିଲେ ମୁଁ ତୁ କାହିଁକି ମଉନ?

ଜାଣେ ମୁଁ କାଳିଆ ବଧିର ନୁହେଁ ତୁ
ଜାଣେ ମୁଁ କାଳିଆ ବଧିର ନୁହେଁ ତୁ
ଶୋଇଥିବୁ ଅବା ଚେଇଁ

ହୋ, ପ୍ରଭୁପଣ କିବା ଏଇ?
ତୋତେରେ କାଳିଆ

ବନ ସିନା ପୋଡ଼ିଗଲା ତୋ ଆଖିକୁ ଦିଶିଲା
ମନ ମୋର ପୋଡ଼ିଗଲା ତୋତେ କି ନ ଦିଶିଲା?
ତୋ ଚନ୍ଦନ ତୋ ତୁଳସୀ ନିତି ମୋତେ ବାସିଲା
ଦୁଃଖ ମୋର ତୋ ଆଖିକୁ ଦିନେ ତ ନ ଦିଶିଲା

କହରେ କାଳିଆ ଚକା ଆଖି ମେଲି
କହରେ କାଳିଆ ଚକା ଆଖି ମେଲି
ବସିଛୁ ତୁ କାହିଁ ପାଇଁ

ହୋ, ଦୁଃଖ ଯେବେ ଦିଶୁ ନାହିଁ
ଦୁଃଖ ଯେବେ ଦିଶୁ ନାହିଁ

ତୋତେରେ କାଳିଆ କହିଛି ବୁଝେଇ
ମୋ ଦୁଃଖ ଶୁଣିବୁ ସୁଦୟା ବହି
ତୋତେରେ କାଳିଆ କହିଛି ବୁଝେଇ
ମୋ ଦୁଃଖ ଶୁଣିବୁ ସୁଦୟା ବହି

ଦୁଃଖ ନ ଶୁଣିଲେ ଠାକୁର ନୁହେଁ ତୁ
ଦୁଃଖ ନ ଶୁଣିଲେ ଠାକୁର ନୁହେଁ ତୁ
ହୋଇଥିବୁ ଆଉ କେହି

ହୋ, ପ୍ରଭୂପଣ ଯେବେ ନାହିଁ
ପ୍ରଭୂପଣ ଯେବେ ନାହିଁ
ପ୍ରଭୂପଣ ଯେବେ ନାହିଁ
ତୋତେରେ କାଳିଆ



Credits
Writer(s): Alekha Chandra Biswal, Manmath Mishra
Lyrics powered by www.musixmatch.com

Link