Saata Rajara

ସାତ ରାଜାର ଧନରେ ସାର କଳାମାଣିକ ମୋର
ସାରା ଜଗତ କହୁଛି ତାକୁ ସୁନା ଠାକୁର

ଆହା କି ସୁନ୍ଦର କାଳିଆ ଠାକୁର
ଏ ସାରା ସଂସାର ତା ଲାଗି ଅଧିର

ସାତ ରାଜାର ଧନରେ ସାର କଳାମାଣିକ ମୋର
ସାରା ଜଗତ କହୁଛି ତାକୁ ସୁନା ଠାକୁର

ଆହା କି ସୁନ୍ଦର କାଳିଆ ଠାକୁର
ଏ ସାରା ସଂସାର ତା ଲାଗି ଅଧିର

ଲକ୍ଷେ ରାଜାର ମଉଡମଣି ତାର ସେବକ
ଭକତ ପଣେ ତା ପାଦେ ବନ୍ଧା ସାରା ମୁଲକ
ଲକ୍ଷେ ରାଜାର ମଉଡମଣି ତାର ସେବକ
ଭକତ ପଣେ ତା ପାଦେ ବନ୍ଧା ସାରା ମୁଲକ

ସେ କଳା ଠାକୁର, ରାଜ ରାଜେଶ୍ଵର
ତା ରୂପ ଦେଖି ରହୁଛି ଲାଖି ଲକ୍ଷେ ନଜର

ଆହା କି ସୁନ୍ଦର କାଳିଆ ଠାକୁର
ଏ ସାରା ସଂସାର ତା ଲାଗି ଅଧିର

ମହୀ ମଣ୍ଡଳେ ନାହିଁ ନଥିବେ କେହି ତା ପରି
ଯାହାକୁ ଦେଖି ସକଳ ଦୁଃଖ ଯାଏ ପାଶୋରି
ମହୀ ମଣ୍ଡଳେ ନାହିଁ ନଥିବେ କେହି ତା ପରି
ଯାହାକୁ ଦେଖି ସକଳ ଦୁଃଖ ଯାଏ ପାଶୋରି

ସେ କଳା ଠାକୁର, ସୁଖର, ଦୁଃଖର
ଆଖିରେ ମୋର ନାଚୁ ନିରତେ ରୂପଟି ତାର

ଆହା କି ସୁନ୍ଦର କାଳିଆ ଠାକୁର
ଏ ସାରା ସଂସାର ତା ଲାଗି ଅଧିର

ସାତ ରାଜାର ଧନରେ ସାର କଳାମାଣିକ ମୋର
ସାରା ଜଗତ କହୁଛି ତାକୁ ସୁନା ଠାକୁର

ଆହା କି ସୁନ୍ଦର କାଳିଆ ଠାକୁର
ଏ ସାରା ସଂସାର ତା ଲାଗି ଅଧିର
ଆହା କି ସୁନ୍ଦର କାଳିଆ ଠାକୁର
ଏ ସାରା ସଂସାର ତା ଲାଗି ଅଧିର



Credits
Writer(s): Alekha Chandra Biswal, Manmath Mishra
Lyrics powered by www.musixmatch.com

Link