Kaliaa Rusuna

କାଳିଆ ରୁଷ ନା, ବଳିଆ ରୁଷ ନା
ରୁଷ ନା ସୁଭଦ୍ରା ଗୋରି
ଅଳପ ଦିନେ ସିଂହାସନ କୁ ଯିବ ଟି ଫେରି
ଆନନ୍ଦେ ପହଣ୍ଡି କରି

କାଳିଆ ରୁଷ ନା, ବଳିଆ ରୁଷ ନା
ରୁଷ ନା ସୁଭଦ୍ରା ଗୋରି
ଅଳପ ଦିନେ ସିଂହାସନ କୁ ଯିବ ଟି ଫେରି
ଆନନ୍ଦେ ପହଣ୍ଡି କରି, ଆନନ୍ଦେ ପହଣ୍ଡି କରି

ହୋ, ଆରେ କାଳିଆ ଠାକୁର
ନିଦ ଭାଙ୍ଗିଲାନି ତୋର
ଆରେ କାଳିଆ ଠାକୁର
ନିଦ ଭାଙ୍ଗିଲାନି ତୋର

ବଡ଼ଦେଉଳ ରୁ ବାର-ବାର ଖସିଲା ପଥର
ଆରେ କାଳିଆ ଠାକୁର
ନିଦ ଭାଙ୍ଗିଲାନି ତୋର

ହୋ, ଡ଼ରିଲେ ଗଜପତି, ଡ଼ରିଲେ ମହାମନ୍ତ୍ରି
ଡ଼ରିଲେ ଭକ୍ତ ତୋହରି
ବଡ଼ ଚିନ୍ତା ରେ ବଡ଼ ପଣ୍ଡା ହୋଇଲେ ଘାରି
ତୋ ପାଦେ କଲେ ଗୁହାରୀ

କାଳିଆ ରୁଷ ନା, ବଳିଆ ରୁଷ ନା
ରୁଷ ନା ସୁଭଦ୍ରା ଗୋରି
ଅଳପ ଦିନେ ସିଂହାସନ କୁ ଯିବ ଟି ଫେରି
ଆନନ୍ଦେ ପହଣ୍ଡି କରି, ଆନନ୍ଦେ ପହଣ୍ଡି କରି

ହୋ, ଆରେ ଜଗା ମହାରାଜା
ସବୁ ବୁଝି ତୁ ଅବୁଝା
ଆରେ ଜଗା ମହାରାଜା
ସବୁ ବୁଝି ତୁ ଅବୁଝା

ବାଦ ବିବାଦ ରେ ବଜେଇଲୁ ନବଖଣ୍ଡ ବାଜା
ଆରେ ଜଗା ମହାରାଜା
ସବୁ ବୁଝି ତୁ ଅବୁଝା

ହୋ, କଳିହା କାଳିଆ ରେ, ତୁ ନୀଳାଚଳିଆ ରେ
ଏ ସବୁ ଲୀଳା ତୋହରି
ଦେଉଳ ନବ କଳେବର ହେବ ତୋପରି
ହସିବ ଶ୍ରୀକ୍ଷେତ୍ର ପୁରୀ

କାଳିଆ ରୁଷ ନା, ବଳିଆ ରୁଷ ନା
ରୁଷ ନା ସୁଭଦ୍ରା ଗୋରି
ଅଳପ ଦିନେ ସିଂହାସନ କୁ ଯିବ ଟି ଫେରି
ଆନନ୍ଦେ ପହଣ୍ଡି କରି

କାଳିଆ ରୁଷ ନା, ବଳିଆ ରୁଷ ନା
ରୁଷ ନା ସୁଭଦ୍ରା ଗୋରି
ଅଳପ ଦିନେ ସିଂହାସନ କୁ ଯିବ ଟି ଫେରି
ଆନନ୍ଦେ ପହଣ୍ଡି କରି, ଆନନ୍ଦେ ପହଣ୍ଡି କରି
ଆନନ୍ଦେ ପହଣ୍ଡି କରି



Credits
Writer(s): Alekha Chandra Biswal, Manmath Mishra
Lyrics powered by www.musixmatch.com

Link