Khira Chora Gopinath

କ୍ଷୀରଚୋରା ଗୋପୀନାଥ, ପ୍ରୀତିଚୋରା ରାଧାନାଥ
କ୍ଷୀରଚୋରା ଗୋପୀନାଥ, ପ୍ରୀତିଚୋରା ରାଧାନାଥ

ମନଚୋରା ଚିତ୍ତଚୋରା, ମନଚୋରା ଚିତ୍ତଚୋରା
ପ୍ରଭୁ ମୋର ଜଗନ୍ନାଥ, ପ୍ରଭୁ ମୋର ପ୍ରାଣନାଥ

କ୍ଷୀରଚୋରା ଗୋପୀନାଥ, ପ୍ରୀତିଚୋରା ରାଧାନାଥ

ଲହୁଣୀ ଚୋରାଇ ଗୋପ କରିଦେଲ ଶୂନ୍ୟ
ମାନ ଚୋରି କରି ମୋର କଲ ସବୁ ପୂର୍ଣ୍ଣ
ପ୍ରୀତିଚୋର କହି ରାଧା କଲା ଅଭିମାନ
ମୋ ମନ ଚୋରାଇ ମୋତେ କରିଦେଲ ଧନ୍ୟ

ଦେଖୁଥିବି ତୁମ ନେତ, ଗାଉଥିବି ତୁମ ଗୀତ
ଦେଖୁଥିବି ତୁମ ନେତ, ଗାଉଥିବି ତୁମ ଗୀତ
ନାଚୁଥିବି ବଡ଼ଦାଣ୍ଡେ, ଟେକି ଦୁଇ ହାତ

ପ୍ରଭୁ ମୋର ପ୍ରାଣନାଥ, କ୍ଷୀରଚୋରା ଗୋପୀନାଥ
ପ୍ରୀତିଚୋରା ରାଧାନାଥ

ମୁଁ ଛାର, ମନ ଛାର, ଛାର ମୋର ଚିନ୍ତ
ତୁମ ପାଦେ ପ୍ରଭୁ, ମୋର ପ୍ରାଣ ସମର୍ପିତ
ମୁଁ ମିଛ, ମନ ମିଛ, ମିଛ ଏ ଜଗତ
ସବୁ ମିଛ ହେଉ ପଛେ, ତୁମେ ଏକା ସତ୍ୟ

କରୁଥବି ମଥାନତ, ଯୋଡୁଥିବି ଦୁଇ ହାତ
କରୁଥବି ମଥାନତ, ଯୋଡୁଥିବି ଦୁଇ ହାତ
ଶ୍ରୀ ଛାମୁରେ ଦାସୀ ମୁଁ ଯେ, ଆହେ ଜଗନ୍ନାଥ

ପ୍ରଭୁ ମୋର ପ୍ରାଣନାଥ, କ୍ଷୀରଚୋରା ଗୋପୀନାଥ
ପ୍ରୀତିଚୋରା ରାଧାନାଥ, କ୍ଷୀରଚୋରା ଗୋପୀନାଥ
ପ୍ରୀତିଚୋରା ରାଧାନାଥ

ମନଚୋରା ଚିତ୍ତଚୋରା, ମନଚୋରା ଚିତ୍ତଚୋରା
ପ୍ରଭୁ ମୋର ଜଗନ୍ନାଥ

ପ୍ରଭୁ ମୋର ପ୍ରାଣନାଥ, କ୍ଷୀରଚୋରା ଗୋପୀନାଥ
ପ୍ରୀତିଚୋରା ରାଧାନାଥ, କ୍ଷୀରଚୋରା ଗୋପୀନାଥ
ପ୍ରୀତିଚୋରା ରାଧାନାଥ



Credits
Writer(s): Alekh Biswal, Manmath Mishra
Lyrics powered by www.musixmatch.com

Link